ସ୍ୱାମୀଜୀ ଅନେକ ଜ୍ଞାନଦାୟକ ପ୍ରବଚନ ମାଧ୍ୟମରେ ତାଙ୍କର ଦିବ୍ୟ ଜ୍ଞାନ ବାଣ୍ଟନ୍ତି, ଶ୍ରୋତାମାନଙ୍କୁ ସେମାନଙ୍କ ଆଧ୍ୟାତ୍ମିକ ଯାତ୍ରାରେ ମାର୍ଗଦର୍ଶନ କରନ୍ତି। ଆପଣଙ୍କ ଆଗ୍ରହର ବିଷୟଗୁଡ଼ିକୁ ବ୍ରାଉଜ୍ କରିବା ପାଇଁ ନିମ୍ନରେ ଥିବା ବର୍ଗଗୁଡ଼ିକୁ ବ୍ୟବହାର କରନ୍ତୁ।
ଶରୀର ତତ୍ତ୍ୱରେ ଶ୍ରୀଜଗନ୍ନାଥ । OSA ସମ୍ମିଳନୀ ଆଧ୍ୟାତ୍ମିକ ସେମିନାର, ଡାଲାସ୍, Tx, ୦୪ ଜୁଲାଇ ୨୦୨୫
ସ୍ୱାମୀ ନିତ୍ଯାନନ୍ଦ ଗିରି, କ୍ରିୟାଯୋଗ ଆଚାର୍ଯ୍ୟ ଓ Kriyayoga- The Science of Life-force ର ପ୍ରଣେତା ଆମେରିକୀୟ ଓଡିଶା ସମାଜର ବାର୍ଷିକ ସମ୍ମିଳନୀ ଓ ଆଧ୍ୟାତ୍ମିକ ସଂଗୋଷ୍ଠୀ 2025 ଜୁଲାଇ 04 ରେ "ଶରୀର ତତ୍ତ୍ୱରେ ଶ୍ରୀଜଗନ୍ନାଥ" ବିଷୟରେ ବ୍ୟାଖ୍ୟାନ ଦେଉଛନ୍ତି। ଶରୀର ରୂପୀ ମନ୍ଦିରର ସ୍ଥୂଳ ସୂକ୍ଷ୍ମ ଓ କାରଣ ରୂପ, ଓ ପଞ୍ଚ କୋଷ ସହିତ କିପରି ଶ୍ରୀମନ୍ଦିରର ବାସ୍ତୁକଳାର ସାମଞ୍ଜସ୍ୟ ରହିଛି ତାହା ଦର୍ଶାଇଛନ୍ତି। ପୁଣି ମନ୍ଦିର ନିର୍ମାଣ ଶୈଳୀ ସହ ଆଧ୍ୟାତ୍ମିକ ସାଧନାର ଦିଗକୁ ବୁଝାଇବା ସହ ଶ୍ରୀ ଜଗନ୍ନାଥ, ପ୍ରଭୂ ବଳଭଦ୍ର, ମା ସୁଭଦ୍ରା ଓ ଭଗବାନ ସୁଦର୍ଶନ ଙ୍କ ବିଗ୍ରହ ସହ ମନୁଷ୍ୟ ଜୀବନର ଗତି ଓ ଆଧ୍ୟାତ୍ମିକତା କୁ ବର୍ଣ୍ଣନା କରିଛନ୍ତି। ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ରେ ଓଁ କାର ଓ 50 ଅକ୍ଷରକୁ ନେଇ ଅକ୍ଷର ବ୍ରହ୍ମ ଓ 51 ଶକ୍ତିପୀଠର ବର୍ଣ୍ଣନା କରାଯାଇଛି। ମଣିଷ ର ଆଧ୍ୟାତ୍ମିକ ସାଧନା ବିଧି ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ତତ୍ତ୍ୱରେ ଲୀଳାରେ କିପରି ନିହିତ ତାହା ଦର୍ଶାଯାଇଛି।
ୟୁଟ୍ୟୁବ୍ ଭିଡିଓ (Youtube Video)